କଞ୍ଚା କଳାହାଣ୍ଡିଆ website ରେ ଆପଣ କେ ସ୍ବାଗତ୍

🚩କଳାହାଣ୍ଡି ରେ ତେଜିବ କୋଶଲ ଆନ୍ଦୋଳନ🚩... more

 କଳାହାଣ୍ଡି ରେ ତେଜିବ କୋଶଲ ଆନ୍ଦୋଳନ

କଳାହାଣ୍ଡି,୨୫ ମାର୍ଚ୍ଚ୍ ୨୦୨୧ ଗୁରୁବାର ଭବାନୀପାଟଣା ଭାଗିରଥି ପାର୍କ ରେ କଳାହାଣ୍ଡି ରୁ କୋଶଲ ସେନା  ଓ କଲାହାଣ୍ଡି ଯୁବକ ସଂଘ ତରଫରୁ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକ ଭାରତ ବିଷି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ସୁବାଷ ବଗର୍ତି,ପପୁ ସେନାପତି, ଦୁଷ୍ମନ୍ତ ସାହୁ, କର୍ନ୍ଦପ ବାଗ, ନରେନ୍ଦ୍ର ସାହୁ, ଦେବେନ୍ଦ୍ର ମାଝୀ,ଟିଙ୍କୁ , ଜଗଦିଶ ନାଏକ, ଲୋକନାଥ ବିହାରୀ,ଗଜିନ୍ଦ୍ର ଖର୍ସେଲ,ରୁପଧର ପଟେଲ, ପ୍ରମୁଖ ଉପସ୍ଥିତ ରହି , ଓଡ଼ିଶା ସରକାର ର ବୈମାତୃକ ମନୋଭାବ , ଅବହେଳିତ ଅବସ୍ଥାରେ ପଶ୍ଚିମ କଲା ସଂସ୍କୃତି ଆଉ ଓଡ଼ିଆ ସଂସ୍କୃତି କୁ କୋଶଳ ସଂସ୍କୃତି ଉପରେ ଜବରଦସ୍ତି ଲଦି ଦେଇ ଜୁଲୁମ କରୁଥିବା ଦୁଃଖ ପ୍ରକାଶ କରିଛନ୍ତି।ଆଗକୁ ସଚେତନ ହେବା ସହ , କଲିଙ୍ଗ, କୋଶଳ, ଉତ୍କଳ କୁ ନେଇ ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା। କିନ୍ତୁ କୋଶଲ ର ଇତିହାସ କୁ ଓଡ଼ିଶାସରକାର ଜାଣି ଶୁଣି ବିଲୋପ କରି, ଉତ୍କଳ, କଲିଙ୍ଗ ସଂସ୍କୃତି କୁ ଆପଣେଇବା କୁ ବାଧ୍ୟ କରିବା  ନେଇ ଏପ୍ରିଲ ଏକ ରେ କଲା ଦିବସ କୁ ବିରୋଧ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସୁବାଷ ବର୍ଗତ୍ତି,ନରେନ୍ଦ୍ର ସାହୁ, ରୁୁୁୁୁପଧର ପଟେଲ ଓ ପପୁ ସେନାପତି ଙ୍କ ସହମତି ରେ ବୈଠକ ଶେଷ କରାଯାଇଥିଲା।
Web king

Post a Comment

Previous Post Next Post